ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରସ୍ତୁତିରେ କଙ୍ଗାରୁ ଟିମ୍‌, ତାଲିମ ପାଇଁ ଆସିବେ ଚେନ୍ନାଇ

ନୂଆଦିଲ୍ଲୀ,ଏଜେନ୍ସି: ଅଷ୍ଟ୍ରେଲିଆର କ୍ରିକେଟ୍ ଟିମ୍ ୨୦୨୩ ଫ୍ରେବୁଆରୀ-ମାର୍ଚ୍ଚ ମାସରେ ୪ଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଭାରତ ଗସ୍ତ କରିବେ । ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନଶିପ ୨୦୨୧-୨୩ରେ ପହଞ୍ଚିବା ଲାଗି ବିଶେଷ ଭାବେ ଭାରତୀୟ ଟିମ୍ ପାଇଁ ସହଜ । ପେଟ କମିନ୍ସଙ୍କ ନେତୃତ୍ୱରେ କଙ୍ଗାରୁ ଦଳ ଭାରତୀୟ ମାଟିରେ ୨୦୦୪ ପରେ ପ୍ରଥମ ଟେଷ୍ଟ ଜିତିବାକୁ ଲକ୍ଷ୍ୟ ରଖିଛି । ତେଣୁ କଙ୍ଗାରୁ ଦଳ ଭାରତ ଗସ୍ତ ନେଇ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଭାରତ ମୂଳ ନିବାସୀ ସ୍ପିନର ତନବୀର ସଂଘା ସମେତ ୮ ଜଣ ଅଷ୍ଟ୍ରେଲୀୟ ଖେଳାଳି ଏମ୍‌ଆରଏଫ ପେସ ଫାଉଣ୍ଡେଶନ ସହିତ ବୁଝାମଣା କରିଛନ୍ତି । ଆସନ୍ତା ମାସ ତାଲିମ ପାଇଁ ଚେନ୍ନାଇ ଆସିବେ । ରିପୋର୍ଟ ଅନୁସାରେ ୧୦ ଦିବସୀୟ ଶିବିର କ୍ରିକେଟ ଅଷ୍ଟ୍ରେଲିଆ ଓ ଚେନ୍ନାଇରେ ଏମଆରଏଫ ପେସ ଫାଉଣ୍ଡେଶନ ମଧ୍ୟରେ ଦୀର୍ଘ ଦିନରୁ ଥିବା ବୁଝାମଣାର ଏକ ଅଂଶବିଶେଷ । ଭାରତୀୟ ଦ୍ରୁତ ବୋଲର ଚେତନ ସକାରିଆ ଓ ମୁକେଶ ଚୌଧୁରୀ ଆସନ୍ତା ମାସ କୁଇନ୍ସଲାଣ୍ଡରେ ଟି-୨୦ ମେକ୍ସ ସିରିଜରେ ଖେଳିବେ ।

୨୦ ବର୍ଷୀୟ ତନବୀର ଏହି ଶୃଙ୍ଖଳା ନେଇ କହିଛନ୍ତି ଯେ, ମୁଁ ବହୁତ ଉତ୍ସାହିତ ଅଛି । ଭାରତ ଯାଇ ସେଠାରେ ତାଲିମ ନେବାକୁ ନେଇ ଉତ୍ସାହିତ ଅଛି । କାରଣ ଭାରତରେ କ୍ରିକେଟ ଖେଳିବା ନିଆରା ଅନୁଭୂତି ମିଳିବ । ବିଶ୍ୱରେ ସ୍ପିନର ସର୍ବଶ୍ରେଷ୍ଠ ଖେଳାଳି ଭାରତରେ ଅଛନ୍ତି ଏବଂ ସ୍ପିର ଅନୁକୂଳ ପରିସ୍ଥିତିରେ ବୋଲିଂ କରିବା ମଧ୍ୟ ଭଲ ଅନୁଭୂତି ରହିବ ।