Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆତଙ୍କବାଦୀଙ୍କ ଆକ୍ରମଣରେ ବିଏସଏଫର ୨ ଯବାନ ସହିଦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆତଙ୍କବାଦୀଙ୍କ ଆକ୍ରମଣରେ ବିଏସଏଫର ୨ ଯବାନ ସହିଦ

ଶ୍ରୀନଗର,ଏଜେନ୍ସି : ଜମ୍ମୁ-କଶ୍ମୀରରେ ବୁଧବାର ବିଏସଏଫ୍ ପାଟ୍ରୋଲିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଶ୍ରୀନଗରର ନାଗବଲ ଅଞ୍ଚଳରେ ଥିବା ବିଏସଏଫ୍ ଚେକପୋଷ୍ଟ ନିକଟରେ ମୁତୟନ ଥିବା ବିଏସଏଫ୍ ଯବାନମାନଙ୍କ ଉପରକୁ କେତେକ ଆତଙ୍କବାଦୀ ବାଇକ୍ରେ ଆସି ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ତିନି ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତ୍ୟୁ ହେଇଥିବା ଖବର ମିଳିଛି।

ଆତଙ୍କବାଦୀମାନେ ଏହି ଘଟଣା ଘଟାଇବା ପରେ ଯବାନମାନଙ୍କ ଅସ୍ତ୍ରଶସ୍ତ୍ର ଲୁଟିନେଇ ଫେରାର ହୋଇଯାଇଥିବା ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ଘଟଣାସ୍ଥଳରେ ଅଧିକ ସୁରକ୍ଷାବଳ ପହଞ୍ôଚଛନ୍ତି ଓ ତଲାସୀ ଅଭିଯାନ ଆରମ୍ଭ ହୋଇଛି ବୋଲି ପୁଲିସ ସୂତ୍ରରୁ ଜଣାପଡିଛି। ମଙ୍ଗଳବାର ଶ୍ରୀନଗରର ନୱା କେଡଲ ଅଞ୍ଚଳରେ ସୁରକ୍ଷାବଳ ଗୁଳିରେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ଦୁଇ ଆତଙ୍କବାଦୀ ଜୁନେଦ ଅହମଦ ଖାନ୍ ଓ ତାରିଖ ଅହମ୍ମଦ ଶେଖ ନିହତ ହୋଇଥିଲେ। ଖାନ୍ କଶ୍ମୀରର ତେହରିକ୍-ଇ-ହୁରିୟାତ ସଂଗଠନର ନେତା ଅସ୍ରଫ ଖାନ୍ ସେହରାଇଙ୍କ ପୁଅ ବୋଲି ଜଣାପଡିଛି। ସିଆରପିଏଫ୍ ଓ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଅପରେସନ ବେଳେ ଏହି ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।