ସିଆରପିଏଫ ଯବାନଙ୍କ ଉପରେ ଗ୍ରେନେଡ ମାଡ କଲେ ଆତଙ୍କବାଦୀ, ୭ ନାଗରିକ ଆହତ

ଦିଲ୍ଲୀ,ଏଜେନ୍ସି: ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀମାନେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିବା ବେଳେ ସାଧାରଣ ନାଗରିକ ଏହାର ଶିକାର ହୋଇଛନ୍ତି। ଆତଙ୍କବାଦୀମାନେ ପୁଲୱାମାର ଟ୍ରାଲ୍ ବସ୍ ଷ୍ଟାଣ୍ଡରେ ନିୟୋଜିତ ସୁରକ୍ଷା ବାହିନୀକୁ ହ୍ୟାଣ୍ଡ ଗ୍ରେନେଡ ସାହାଯ୍ୟରେ ଆକ୍ରମଣ କରିଛନ୍ତି।

ଏହି ଘଟଣାରେ କୌଣସି ଯବାନ ଆହତ ହୋଇନଥିବା ବେଳେ ୭ ସାଧାରଣ ନାଗରିକ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଆଭାନ୍ତିପୋରାର ଏସପି ତାହିର ସଲିମ କହିଛନ୍ତି ଯେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ହେଲେ ଏହାଠାରୁ ସୁରକ୍ଷା କର୍ମୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। କିନ୍ତୁ ଆତଙ୍କବାଦୀଙ୍କ ଦ୍ୱାରା ଫିଙ୍ଗାଯାଇଥିବା ଗ୍ରେନେଡ ରାସ୍ତାରେ ବିସ୍ଫୋରଣ ହୋଇଥିଲା, ଫଳରେ ୭ ଜଣ ସାଧାରଣ ନାଗରିକ ଏହାର ଶିକାର ହୋଇଥିଲେ।