କାରରେ ଆସି ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ : ୨ଯବାନ ସହିଦ

କଶ୍ମୀର: ଶ୍ରୀନଗରର ଏଚଏମଟୀ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୨ଜଣ ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ଏକ କାରରେ ଆସି ଏଚଏମଟୀ ଅଞ୍ଚଳରେ ଯବାନଙ୍କ ଉପରେ ଫାୟରିଂ କରିଥିଲେ। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ ମଧ୍ୟ ସୁରକ୍ଷାକର୍ମୀ ତାଙ୍କ କାରର ପିଛା କରିଥିଲେ।

ଆଇଜି କଶ୍ମୀର ବିଜୟ କୁମାରଙ୍କ କହିବା ମୁତାବିକ, ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି।