ଭୁବନେଶ୍ୱରରେ ୪୭ ଆକ୍ରାନ୍ତ: ୫୪ ସୁସ୍ଥ ରାଜ୍ୟ By Nitidin On Nov 26, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ୪୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୯ଜଣ ଓ ସ୍ଥାନୀୟ ସଂକ୍ରମଣ ୩୮ଜଣ ରହିଛନ୍ତି। ଅନ୍ୟପଟେ ୫୪ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୬୧୦ ହୋଇଥିବାବେଳେ ୨୯ ହଜାର ୮୭୫ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୧୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୦୧ ଜଣ ଚିକିତ୍ସିତ ହେଉଛନ୍ତି। Share