ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ପଡିଆ ଥାନା ଅନ୍ତର୍ଗତ ନନ୍ଦାଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡକୁ ପୋଡ଼ିଦେଇ ବଳକା ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନନ୍ଦାଗୁଡା ଗ୍ରାମର କିଛି ଲୋକ ସେହି ଗ୍ରାମର କାରାମ କାନାଙ୍କୁ ଘରୁ ଡାକି ଆଣି ଘର ସମ୍ମୁଖରେ ଏକ ଦାଆ ସାହାଯ୍ୟରେ ଗଳାକାଟି ହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ ପାଇଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଠାରୁ ବୋହି ୨ କିମି ଦୂରରେ ଥିବା ଶାବେରୀ ନଦୀ କୂଳରେ ମୁଣ୍ଡକୁ ଶରୀରରୁ ଅଲଗା କରି ପୋଡିଦେଇଥିଲେ। ବଳକା ଶରୀରକୁ ନଦୀ କୂଳରେ ଥିବା ବାଲିପଠାରେ ପୋତି ଦେଇଥିଲେ।