ତେଲେଙ୍ଗାନାରେ ସୋନୁ ସୁଦଙ୍କ ନାମରେ ମନ୍ଦିର

ତେଲେଙ୍ଗାନା: ଅଭିନେତା ସୋନୁ ସୁଦଙ୍କ ସମ୍ମାନରେ ତେଲେଙ୍ଗାନାର ସିଦ୍ଧୀପେଟସ୍ଥିତ ଡବା ଟାଣ୍ଡା ଗାଁରେ ଏକ ମନ୍ଦିର ନିର୍ମାଣ କରାଯାଇଛି। ଏଠାରେ ସୋନୁଙ୍କ ପ୍ରତିମା ସ୍ଥାପନା କରି ଆଳତୀ କରାଯାଉଥିବା ଦେଖିବାକୁ ମିଳିଛି। ଏମାନେ ମନ୍ଦିରରେ ‘ଜୟ ହୋ ସୋନୁ ସୁଦ’ର ମଧ୍ୟ ନାରା ଦେଉଛନ୍ତି।

ସୂଚନାଯୋଗ୍ୟ, ଲକଡାଉନ ସମୟରେ ସୋନୁ ଅନେକ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇବାର ଦାୟିତ୍ୱ ନିର୍ବାହ କରିଥିଲେ। ଘରେ ପହଞ୍ଚାଇବା ଓ ରୋଜଗାର ବ୍ୟତୀତ ଟ୍ୱିଟରର ସାହାଯ୍ୟ ନେଇ ଲୋକଙ୍କୁ ତାଙ୍କ ଆବଶ୍ୟକ ମୁତାବକ ସାହଯ୍ୟ କରିଥିଲେ। ସୋନୁଙ୍କ ଏପରି କାର୍ଯ୍ୟକୁ ଦେଶ ତଥା ବିଦେଶରୁ ଅନେକ ପ୍ରଶଂସା ମିଳିଥିଲା। ଆଉ ଏହାହିଁ କାରଣ ଆଜି ତାଙ୍କ ନାମରେ ମନ୍ଦିର ନିର୍ମାଣ କରି ଆଳତୀ କରାଯାଉଛି।