ୟୁପି ପରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଲଢ଼ିବ ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଶାସନ ଗାଦିରେ ବସିଥିବା ଆମ ଆଦମି ପାର୍ଟି ୟୁପି ପରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଉତ୍ତରାଖଣ୍ଡରେ ଆପ ୭୦ଟି ସିଟରେ ନିର୍ବାଚନ ଲଢ଼ିବ ବୋଲି ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା କହିଛନ୍ତି।

ସିସୋଦିୟା କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ରୂପେ ୨ଥର ଉତ୍ତରାଖଣ୍ଡ ଯାଇଛି ଓ ଲୋକଙ୍କୁ ଭେଟିଛି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ସେଠାରେ କିଛି କାମ କରିନଥିବା ଲୋକେ ଅଭିଯୋଗ କରିଛନ୍ତି। ଆମେ ଉତ୍ତରାଖଣ୍ଡରେ ସମସ୍ତ ୭୦ ସିଟରେ ଲଢ଼ିବୁ। ଉତ୍ତରାଖଣ୍ଡରେ ୨୦୨୨ ପ୍ରାରମ୍ଭରେ ନିର୍ବାଚନ ହେବ ବୋଲି ଆଶା କରାଯାଉଛି।