ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ବୋରା ୯୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏକ୍ସୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କାଲି ତାଙ୍କ ଜନ୍ମଦିନ ମଧ୍ୟ ଥିଲା। ଦୀର୍ଘ ଦିନ ଧରି କଂଗ୍ରେସର କୋଷାଧ୍ୟକ୍ଷ ପଦରେ ଥିବା ମୋତିଲାଲ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଓ ଉତ୍ତରପ୍ରଦେଶର ରାଜ୍ୟପାଳ ମଧ୍ୟ ଥିଲେ।
ମୋତିଲାଲ ଗାନ୍ଧୀ ପରିବାରର ଖୁବ୍ ନିକଟତର ଥିଲେ। ୨୦୧୮ରେ ବାର୍ଦ୍ଧକ୍ୟକୁ ଦୃଷ୍ଟିରେ ରଖି ସେ କୋଷାଧ୍ୟକ୍ଷ ପଦରୁ ଓହରିଯାଇଥିଲେ। ମୋତିଲାଲଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୋକବ୍ୟକ୍ତ କରିଛନ୍ତି।