ତେଲେଙ୍ଗାନାରେ ନିଶା ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଯୁଦ୍ଧ ଘୋଷଣା

ତେଲେଙ୍ଗାନା: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ରାଜ୍ୟରେ ଅବୈଧ ଡ୍ରଗ୍ସ ବ୍ୟାପରକୁ ରୋକିବା ପାଇଁ ଯୁଦ୍ଧ ସ୍ତରରେ କାମ ଆରମ୍ଭ କରିଛନ୍ତି। ଭାଙ୍ଗ କ୍ଷେତ ଓ ଗଞ୍ଜେଇ ଉତ୍ପାଦନକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ପୁଲିସ ଫୋର୍ସକୁ ବ୍ୟାପକ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ରାଜ୍ୟରେ ମାଦକ ପଦାର୍ଥ ସେବନକୁ ବନ୍ଦ କରିବାର ଲକ୍ଷ୍ୟକୁ ହାସଲ କରିବା ଲାଗି ମୁଖ୍ୟମନ୍ତ୍ରୀ ଶୈକ୍ଷିକ ସଂସ୍ଥା ଉପରେ ନଜର ରଖିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହିତ ଡ୍ରଗ୍ସ ରାକେଟକୁ ଧରିବାରେ ଯେଉଁ ଅଧିକାରୀମାନେ ସଫଳ ହେବେ ସେମାନଙ୍କୁ ପୁରସ୍କାର ସ୍ୱରୂପ ନଗଦ ଟଙ୍କା ସହିତ ପ୍ରମୋସନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।