ଆଜି ଓଡିଶା ପୁଲିସର ୬୨ ତମ ସହିଦ୍‌ ସ୍ମୃତି ଦିବସ, ପୁଲିସ ମୁଖ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଡିଜିପି

କଟକ,ଏନ୍ଏନ୍ଏସ୍: ଆଜି ଓଡିଶା ପୁଲିସର ୬୨ ତମ ଶହିତ୍ ସ୍ମୃତି ଦିବସ। ଏହି ଅବସରରେ ଓଡିଶା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ବୀର ସହିଦ୍‌ଙ୍କ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ୨୬ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଡିଜିପି। ଚଳିତ ବର୍ଷ ସହିଦ୍ ତଥା କରୋନାରେ ପ୍ରାଣବଳୀ ଦେଇଥିବା ପୁଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପୁଲିସକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଦିବସ ଆମର ବୀର ପୁଲିସ କର୍ମଚାରୀ ଓ ଅଧିକାରୀମାନଙ୍କ କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ ଓ ବଳିଷ୍ଠ ଅବଦାନର ଏକ ମହାନ ସୂତି ଏବଂ ଯୁବ ସମାଜ ପାଇଁ ପ୍ରେରଣାକାୟୀ। ଦେଶର ସୁରକ୍ଷା, ସମାଜରେ ଶାନ୍ତି ରକ୍ଷା ଓ ଜନସେବା କ୍ଷେତ୍ରରେ ଓଡ଼ିଶା ପୁଲିସ ଦକ୍ଷତାର ସହ କାର୍ଯ୍ୟ କରିଆସୁଛି। ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ପୁଲିସ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। କୋଭିତ ସମୟରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ନିୟମର ଅନୁପାଳନ କ୍ଷେତ୍ରରେ ଓଡ଼ିଶା ପୁଲିସର କାର୍ଯ୍ୟ ପ୍ରଶଂସନୀୟ। ଆଜିର ଏହି ପବିତ୍ର ଦିବସରେ ମୁଁ ସହିଦ ପୁଲିସ ମାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓ ସେମାନଙ୍କ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।