ଟେଲିଫିଲ୍ମ ‘ନଦୀର୍ ପାଏନ୍ ନଏଦକେ ଯା’ ର ଶୁଭ ମହୁରତ୍

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଅଗ୍ରଣୀ ନାଟ୍ୟ ସଂସ୍ଥା ଆଳତି ସାଂସ୍କୃତିକ ସଂଘ ପକ୍ଷରୁ ଟେଲିଫିଲ୍ମ ‘ନଦୀର୍ ପାଏନ୍ ନଏଦକେ ଯା’ ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଡ଼ାପାଲି ଶୈବପୀଠରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ନିକଟସ୍ଥ ବାବା ଡୁଙ୍ଗୁରୀରୁ ସୁଟିଂ ଆରମ୍ଭ ହୋଇଥିଲା। ନାଟ୍ୟକାର ରାଜେଶ କୁମାର କାରିଆ ଏହାର କାହାଣୀ ଓ ସଂଳାପ ରଚନା କରିଥିବାବେଳେ ରାଜେଶ୍ବର ବେହେରା ଚିତ୍ରନାଟ୍ୟ ଦେଇଥିଲେ। ବିଶିଷ୍ଟ କ୍ୟାମେରାମେନ ଜିତେନ୍ଦ୍ରିୟ ମେହେରଙ୍କ ତତ୍ୱାବଧାନରେ ଦେବାଶିଷ ମେହେର, ତୁଳସୀ ନାୟକ, ପ୍ରଶାନ୍ତ ଚିରଗୁଣ ଚିତ୍ର ଉତ୍ତୋଳନ କରିଥିଲେ। ଚିତ୍ରସେନ ମେହେର ନିର୍ଦ୍ଦେଶନା ଦେଇଥିବାବେଳେ କୋରିଓଗ୍ରାଫର ଭାବେ ନୃତ୍ୟ ନିର୍ଦ୍ଦେଶକ ମନୋଜ କୁମାର ପାଣ୍ଡେ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ସୁଷମା ଭୋଇ କଣ୍ଠଦାନ କରିଥିବାବେଳେ ଘନଶ୍ୟାମ ମେହେର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଜଳ ପ୍ରଦୂଷଣ ରୋକିବାକୁ ଏôଥରେ ବଳିଷ୍ଠ ବାର୍ତ୍ତା ନିହିତ ରହିଛି ବୋଲି ନାଟ୍ୟକାର ରାଜେଶ କୁମାର କାରିଆ କହିଛନ୍ତି। ବିଜେପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବାର ଯୋଜନା ରହିଛି। ତରଣୀସେନ ସାହୁ, ଜିତେନ୍ଦ୍ରିୟ ମେହେର, ନରେଶ ତରିଆ, ଭରତ ସାହୁ, ଭାଗବତ ପଧାନ, ନେତ୍ରାନନ୍ଦ ମେହେର, ନୀଳମଣି ମେହେର, ଭାଗବତିଆ ବରିହା, ହେମରେଣୁ ମେହେର, ୍ସ୍ୱରୂପ ମେହେର, ସୁଜିତ ରଣା ସମେତ ଆଞ୍ଚଳିକ କଳାକାରଗଣ ଏଥିରେ ଅଭିନୟ କରିଥିଲେ। ସୁଟିଂ କାର୍ୟ୍ୟକ୍ରମ ପୁରା ଦମରେ ଚାଲିଥିବାବେଳେ ଖୁବଶୀଘ୍ର ମୁକ୍ତିଲାଭ କରିବ ବୋଲି ସଂପୃକ୍ତ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।