ୟୁରିଆ ସାର ନ ମିଳିବାରୁ ପଞ୍ଚାୟତ ସମ୍ମୁଖରେ ଚାଷୀଙ୍କ ଧାରଣା

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତରେ ୟୁରିଆ ସାରର ଅଭାବ ଯୋଗୁଁ ଆଜି ଚାଷୀମାନେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ସକାଳୁ ଶହଶହ ଚାଷୀ ସାରପାଇଁ ଦୀର୍ଘ ସମୟ ଅପେକ୍ଷା କରିବାପରେ ମାତ୍ର ୯୦ ବସ୍ତା ସାର ମିଳିଥିଲା। ବହୁ ଚାଷୀଙ୍କୁ ସାର ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଏହାକୁ ବିରୋଧ କରି ପ୍ରତିବାଦ ସ୍ୱରୁପ ଧାରଣା ଦେଇଥିଲେ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ବାଚିତ ପ୍ରତିନିଧି ଓ ଚାଷୀମାନେ ଦାବି କରିଛନ୍ତି।