ବାୟୁସେନା ପାଇଲଟଙ୍କ ସହ ଟିମ୍ ଇଣ୍ଡିଆ

ନାଗପୁର,ଏଜେନ୍ସି: ଭାରତୀୟ ଦଳର ଖେଳାଳିମାନେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଖେଳିବା ସକାଶେ ଏଠାରେ ପହଞ୍ଚିଥିବା ବେଳେ ଶନିବାର ବାୟୁସେନାର ପାଇଲଟମାନଙ୍କ ସହ ବେଶ୍ କିଛି ସମୟ କାଟିଛନ୍ତି। ବୟୁସେନାର ସୂର୍ଯ୍ୟକିରଣ ଆକ୍ରୋବାଟ୍ ଟିମର ସଦସ୍ୟମାନେ ଟିମ୍ ଇଣ୍ଡିଆର କେତେକ ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ।

ପାଇଲଟମାନେ ସେମାନଙ୍କ ପାରମ୍ପରିକ କମଳା ରଙ୍ଗର ପୋଷାକରେ ରହିଥିବା ବେଳେ ଟିମ୍ ଇଣ୍ଡିଆ ଓପନର ଶିଖର ଧୱନ୍, ୱିକେଟକିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ ଓ ମନୀଷ ପାଣ୍ଡେଙ୍କ ସହ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଓ ବୋଲିଂ କୋଚ୍ ଭରତ ଅରୁଣଙ୍କ ସହ ପାଖାପାଖି ଏକ ଘଣ୍ଟାର ସମୟ ବିତାଇବାର ସୁଯୋଗ ପାଇଥିଲେ। ଏହି ଅବସରରେ ସେମାନେ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କୁ ଏକ ଉପଢ଼ୌକନ ମଧ୍ୟ ପ୍ରଦାନ କରିଥିଲେ। ବାୟୁସେନାର ପାଇଲଟ୍ମାନେ ଏଠାରେ ହେବାକୁ ଥିବା ଏୟାର୍ ଫେଷ୍ଟ୍-୨୦୧୯ରେ ଭାଗ ନେବା ସକାଶେ ଏଠାରେ ପହଞ୍ଚିଛନ୍ତି।