ଟି-୨୦ ୱାର୍ଲ୍ଡ କପରେ ନୂଆ ଜର୍ସିରେ ଓହ୍ଲାଇବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ମାସ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ୱାର୍ଲ୍ଡ କପ ପାଇଁ ଭାରତୀୟ ଟିମ୍ ଜୋରଦାର ପ୍ରସ୍ତୁତି ଚଲାଇଛି । ଗତକାଲି ୧୫ଜଣିଆ ଟିମ୍ ଘୋଷଣା କରାଯାଇଥିବାବେଳେ ନୂଆ ଜର୍ସି ମଧ୍ୟ ଆସିବାକୁ ଯାଉଛି। ଭାରତୀୟ ଟିମର ଅଫିସିଆଲ କିଟ ପାର୍ଟନର ‘ଏମପିଏଲ ସ୍ପୋର୍ଟସ’ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ନୂଆ ଜର୍ସି ସମ୍ବନ୍ଧରେ ତଥ୍ୟ ସାମ୍ନାକୁ ଆସିଛି । ଉକ୍ତ ଭିଡିଓରେ ରୋହିତ ଶର୍ମା, ଶ୍ରେୟସ ଅୟର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଟି-୨୦ ୱାର୍ଲ୍ଡ କପର ଶୁଭାରମ୍ଭ ଅକ୍ଟୋବର ୧୨ରେ ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡ ମ୍ୟାଚ ସହ ହେବାକୁ ଯାଉଛି । ଏହି ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ଅକ୍ଟୋବର ୨୩ରେ ଭାରତୀୟ ଟିମ୍ ପାକିସ୍ତାନ ବିରୋଧରେ ଖେଳି ଅଭିଯାନ ଆରମ୍ଭ କରିବ ।