ମମତା ସରକାରଙ୍କ ବିରୋଧରେ ବିଜେପିର ‘ନବନ୍ନା ଚଲୋ’ ଅଭିଯାନ

କୋଲକାତା: ପଶ୍ଚିମବଙ୍ଗରେ ମମତା ସରକାରଙ୍କ କଥିତ ଭ୍ରଷ୍ଟ ପ୍ରଥାକୁ ବିରୋଧ କରି ବିଜେପି ଜୋରଦାର ପ୍ରଦର୍ଶନ କରିଛି । ଏହିକ୍ରମରେ ‘ନବନ୍ନା ଚଲୋ’ ଅଭିଯାନ ଅନ୍ତର୍ଗତ ପଶ୍ଚିମବଙ୍ଗର ବିିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଛି । ସଚିବାଳୟ ଘେରାଉ କରିବା ପାଇଁ ପହଞ୍ଚିଥିବା ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ଓ ଲୋକେଟ ଚାଟ୍ଟାର୍ଜୀଙ୍କୁ ପୁଲିସ ହେପାଜତରେ ରଖିଛି । ହାୱଡାରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ବିଜେପିର ନବନ୍ନା ଚଲୋ ଅଭିଯାନକୁ ପୁଲିସ ଅନୁମତି ପ୍ରଦାନ କରି ନଥିଲା । ଅନ୍ୟପଟେ ବିଜେପି କାର୍ଯ୍ୟକର୍ତ୍ତା ନବନ୍ନା ମାର୍ଚ୍ଚରେ ସାମିଲ ହେବା ପାଇଁ ଟ୍ରେନ ଯୋଗେ କୋଲକାତା ଯାଉଛନ୍ତି । ସେଥିପାଇଁ ପୁଲିସ ରେଳ ଷ୍ଟେସନରେ ବ୍ୟାରିକେଡ ଲଗାଇଛି ।