ଟି-୨୦ ବିଶ୍ବକପ ପରେ ରାହୁଲ ଦ୍ରାବିଡ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ କ୍ରିକେଟର ଲୋକପ୍ରିୟ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ରାହୁଲ ଦ୍ରାବିଡ ଶୁକ୍ରବାର ଆଇପିଏଲ୍‌-୨୦୨୧ ଫାଇନାଲ ମ୍ୟାଚ ସମୟରେ ଭାରତୀୟ ସିନିୟର ଟିମ୍‌ର କୋଚ ହେବାକୁ ସହମତି ଦେଇଛନ୍ତି। ଦୁବାଇରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ଶୁକ୍ରବାର ଦ୍ରାବିଡଙ୍କ ସହିତ ବୈଠକ କରିଛନ୍ତି ଏବଂ ତାଙ୍କୁ ୟୁଏଇରେ ଟି-୨୦ ବିଶ୍ବକପ ପରେ ଭାରତୀୟ ଟିମ୍‌ର କୋଚ କରିବା ପାଇଁ ରାଜି କରାଇଛନ୍ତି। ତେଣୁ ରାହୁଲ ଦ୍ରାବିଡ ଭାରତୀୟ ଟିମ୍‌ର ମୁଖ୍ୟ କୋଚ ହେବା ପରେ ରବି ଶାସ୍ତ୍ରୀଙ୍କର ଯୁଗ ଶେଷ ହୋଇଯିବ। ରାହୁଲ ଦ୍ରାବିଡ ୨୦୨୩ ପର୍ଯ୍ୟନ୍ତ ମୁଖ୍ୟ କୋଚ ରହିବେ। ଅନ୍ୟପଟରେ ପାରସ ହାମ୍ବ୍ରେଙ୍କୁ ବୋଲିଂ କୋଚ ଚୟନ କରାଯାଇଛି।

ରାହୁଲ ଦ୍ରାବିଡ ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ସଭାପତି ଅଛନ୍ତି। ବିସିସିଆଇ କାର୍ଯ୍ୟାଳୟ ତରଫରୁ କୌଣସି କୋଚ ପାଇଁ ବିଜ୍ଞାପନ ଜାରି କରାଯାଇ ନଥିଲା। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ଶୀର୍ଷ ଅଧିକାରୀ ଶୁକ୍ରବାର ରାତି ଆଇପିଏଲ ଫାଇନାଲ ସମୟରେ କହିଛନ୍ତି ଯେ, ରାହୁଲ ଦ୍ରାବିଡ ଭାରତୀୟ ଟିମର ମୁଖ୍ୟ କୋଚ ହେବେ। ସେ ଖୁବ ଶୀଘ୍ର ଏନ୍‌ସିଏର ମୁଖ୍ୟ ପଦରୁ ଇସ୍ତଫା ଦେବେ।

ଏଥି ସହିତ ବୋଲିଂ କୋଚ ଭାବେ ଦ୍ରାବିଡଙ୍କ ଭରସାଯୋଗ୍ୟ ପାରସଙ୍କୁ ନିଯୁକ୍ତ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସେ ଭରତଙ୍କ ସ୍ଥାନ ନେବେ। ଫିଲ୍ଡିଙ୍ଗ କୋଚ ଆର ଶ୍ରୀଧରଙ୍କୁ ନେଇ କୌଣସି ନିଷ୍ପତ୍ତି ହୋଇ ନାହିଁ। ବିକ୍ରମ ରାଠୋର ଟିମ୍‌ର ବ୍ୟାଟିଂ କୋଚ ରହିବେ।