ମହୁମାଛି ଆକ୍ରମଣରେ ଅବସର ପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ସରାସକୋଲା ପଞ୍ଚାୟତ ଡିମିରିଡିହା ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଦୈତାରୀ ବେହେରା(୬୪)ଙ୍କର ମହୁମାଛି ଆକ୍ରମଣରେ ମଙ୍ଗଳବାର ମୃତ୍ୟୁ ଘଟିଛି । ସେ ପାଟଣା ବଜାରକୁ ମୋଟର ସାଇକେଲ ଯୋଗେ ନିଜ ଗାଁ’କୁ ଫେରୁଥିବା ବେଳେ ଗୁଳୁଦୀପଶି ଗାଁ ନିକଟରେ ଏକ ବରଗଛରେ ବସାବାନ୍ଧିଥିବା

ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପାଟଣା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି।