ଡାକ୍ତରଙ୍କୁ ମାଡ଼ ମାରି ଗିରଫ ହେଲେ ଆଇଆରବି କନେଷ୍ଟବଳ

ପାଟଣା,ଏନ୍ଏନ୍ଏସ୍: ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୨ କାର୍ୟ୍ୟରତ ଡାକ୍ତରଙ୍କୁ ମାଡ଼ ମାରିବା ଅଭଯୋଗରେ ୩ ଜଣଙ୍କୁ ଗିରଫ କରିଛି ପାଟଣା ପୁଲିସ। ଗିରଫ ୩ଜଣଙ୍କ ମଧ୍ୟରୁ ଜଣେ କାର୍ଯ୍ୟରତ କନେଷ୍ଟବଳ ଦୁଷ୍ମନ୍ତ ମହାନ୍ତ ଅଛନ୍ତି। ସେ ଦେବଗଡ଼ ୪ ଇଣ୍ଡିଆନ ରିଜର୍ଭ ବାଟାଲିୟନରେ କନେଷ୍ଟବଳ ଭାବେ କାର୍ଯ୍ୟକରୁଥିଲେ।

ଗତକାଲି ସନ୍ଧ୍ୟାରେ ତାଙ୍କ ବାପା ନନ୍ଦ କିଶୋରଙ୍କ କୁଅରେ ପଡି ମୃତ୍ୟୁ ହୋଇଥିଲା ନିଜକୁ ସମ୍ବାଦିକ କହି ଶବକୁ ବ୍ୟବଚ୍ଛେଦ ନକାରାଇ କାହିଁକି ବାହାରେ ପକାଇଛ କହି ଡକ୍ଟରଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଏ ନେଇ ଡାକ୍ତର ଶୁଭେନ୍ଦୁ ସାଗର ନାଏକ ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପାଟଣା ପୁଲିସ ମାଡ଼ ମରିବା ଘଟଣାରେ ସମ୍ପୃକ୍ତ ଥିବା କନେଷ୍ଟବଳ ଦୁଷ୍ମନ୍ତ ଓ ତାଙ୍କର ଦୁଇ ସହଯୋଗୀ ଡେବିରି ମହାନ୍ତ ଓ ମଙ୍ଗୁଳୁ ମହାନ୍ତଙ୍କୁ ଗିରଫ କରିଛି।