ବିମାନ ବନ୍ଦର ସମ୍ମୁଖରେ ଟ୍ୟାକ୍ସି ଚାଳକ ସଂଘର ଧାରଣା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦର ସମ୍ମୁଖରେ ଓଡିଶା ମୋଟର ଚାଳକ ସଂଘ ଝାରସୁଗୁଡା ଜିଲ୍ଲା କମିଟି ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଧାରଣା ଦିଆଯାଇଛି। ଏନେଇ ଓଡିଶା ମୋଟର ଚାଳକ ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ସରକାର ଆତ୍ମନିର୍ଭର ଭାରତ, ଭୋକଲ ଫର ଲୋକାଲ ପରି କାର୍ଯ୍ୟକ୍ରମ ଆପଣାଇଥିବାବେଳେ ଏୟାରପୋର୍ଟ ଅଥୋରିଟି ଏହାର ବିପରୀତ ଦିଗରେ କାର୍ଯ୍ୟ କରୁଛି।

ବିମାନ ବନ୍ଦରରୁ ଯାତ୍ରୀଙ୍କୁ ନେବା ଆଣିବା କରିବା ପାଇଁ ଏୟାରପୋର୍ଟ ଅଥୋରିଟି ସ୍ଥାନୀୟ ଟ୍ୟାକ୍ସି ଚାଳକଙ୍କୁ ଗତ ୧୦ ତାରିଖରୁ ବାରଣ କରି ଏକ ଘରୋଇ କମ୍ପାନୀକୁ ଏହି ଦାୟିତ୍ୱ ପ୍ରଦାନ କରିଛି। ଏହି ନିଷ୍ପତି ଯୋଗୁଁ ଟ୍ୟାକ୍ସି ଚାଳକମାନେ ରୋଜଗାରର ପନ୍ଥା ହରାଇଥିବାବେଳେ ଯାତ୍ରୀମାନେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି। ସେମେନେ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ୟାକ୍ସି ଚାଳକମାନଙ୍କ ଠାରୁ ଏୟାପୋର୍ଟ ଫିସ ବାବଦରେ ମାସିକ ୧୨ଶହ ଟଙ୍କା ସାବିତ୍ରୀ ଏଣ୍ଟରପ୍ରଇଜେସ ଓ ଯାତ୍ରୀଙ୍କ ଭଡାର ଶତକଡା ୨୦ ଭାଗ ସାଣ୍ଡ ପିପୁଲ ନାମକ ସଂସ୍ଥା ଆଦାୟ କରୁଛନ୍ତି।