ଜମ୍ମୁ କଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାରେ ପଦକ୍ଷେପ ପାଇଁ ବୈଠକ ଡାକିଲେ ଶାହା

ନୂଆଦିଲ୍ଲୀ,ଏଜେନ୍ସି: ଜମ୍ମୁ କଶ୍ମୀରରେ ଦୀର୍ଘ ୮ ଦିନ ଧରି ଗୁଳିବିନିମୟ ଜାରି ରହିଥିବା ବେଳେ ଆତଙ୍କୀଙ୍କ ଗୁଳିରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସରକାର ଆକ୍ସନମୁଡ଼ରେ ଆସିଛି। ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ଡିଜିପି ଓ ଆଇଜି ସହିତ ବୈଠକ କରିବେ। ଆଜି ମଧ୍ୟାହ୍ନ ୨ଟାରେ ଏହି ବୈଠକ ବସିବ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଏହି ବୈଠକରେ ସାମିଲ ହେବେ।

ଜମ୍ମୁ କଶ୍ମୀରରେ ଟାର୍ଗେଟ କିଲିଂ ମାମଲାରେ ଗୃହମନ୍ତ୍ରାଳୟର ତୀକ୍ଷ୍ଣ ନଜର ରହିଛି। ଏହି ଘଟଣା ପ୍ରତି ନଜର ରଖିବା ପାଇଁ ସିଆରପିଏଫ୍ ଡିଜି କୁଲଦୀପ ସିଂହଙ୍କୁ ଜମ୍ମୁ କଶ୍ମୀର ପଠାଯାଇଛି। କୁଲଦୀପ ସିଂହ ଏନଆଇଏର ମଧ୍ୟ ଡିଜି ଅଛନ୍ତି। ଏଥିସହିତ ଆଇବି, ଏନଆଇଏ, ଆର୍ମି ଓ ସିଆରପିଏଫର ବରିଷ୍ଠ ଅଧିକାରୀମାନେ କ୍ୟାମ୍ପ କରୁଛନ୍ତି।