ଅନୁସୂଚିତ ଜାତି ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହେଲେ ଯୁବରାଜ ସିଂହ

ନୂଆଦିଲ୍ଲୀ,ଏଜେନ୍ସି: କ୍ରିକେଟର ଯୁବରାଜ ସିଂହ ଅନୁସୂଚିତ ଜାତି ଉପରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରରେ ଫସିଛନ୍ତି। ଏନେଇ ହରିଆଣାର ହାଂସି ପୁଲିସ ତାଙ୍କୁ ଶନିବାର ଗିରଫ କରିଥିଲା। ହିସାର ସ୍ଥିତ ପୁଲିସ ବିଭାଗର ଗେଜେଟେଡ ଅଫିସର ମେସରେ ତାଙ୍କୁ ପଚରାଉଚୁରା କରାଯାଇଛି। ପରେ ହାଇକୋର୍ଟର ଆଦେଶରେ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଛି।

ଗତ କିଛିଦିନ ତଳେ ଯୁବରାଜ ସିଂହ ରୋହିତ ଶର୍ମା ସହିତ ଇନଷ୍ଟାଗ୍ରାମରେ ଲାଇଭ ଭିଡିଓରେ ଯୁଜବେନ୍ଦ୍ର ଚହଲଙ୍କ ଉପରେ ଅନୁସୂଚିତ ଜାତିକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ସୋସିଆଲ ମିଡ଼ିଆରେ ଖୁବ ବିରୋଧ କରାଯାଇଥିଲା। ଏହାପରେ ଦଳିତ କାର୍ଯ୍ୟକର୍ତ୍ତା ରଜତ କଲସନ ହାଂସି ଥାନାରେ ଏସସି-ଏସଟି ଆଇନ ଅନୁସାରେ ମାମଲା ରୁଜୁ କରିଥିଲେ।