ମନୀଷ ଦାସ ହତ୍ୟା ମାମଲା: ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଦାସଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ରିମାଣ୍ଡରେ ଯାଇଛନ୍ତି। ୩ ଅଭିଯୁକ୍ତଙ୍କୁ ୪ ଦିନ ପାଇଁ ଇନଫୋସିଟି ଥାନା ପୁଲିସ ରିମାଣ୍ଡରେ ନେଇଛି। ଝାରପଡ଼ା ଜେଲରୁ ଇନଫୋସିଟି ଥାନାକୁ ନିଆଯାଇଛି। ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କରାଯିବ ବୋଲି ସୂଚନା ମିଳିଛି।