ତପସ୍ୱିନୀ ଏକ୍ସପ୍ରେସ ବିଳମ୍ବରେ ଚାଲୁଥିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଟୁଇଟ କଲେ ଜୁଏଲ ଓରାମ

ଅନୁଗୁଳ,ଏନ୍ଏନ୍ଏସ୍: ଇଞ୍ଜିନରେ ତ୍ରୁଟିଥିବା ଯୋଗୁଁ ଯୋଗୁଁ ତପସ୍ୱିନୀ ଏକ୍ସପ୍ରେସ୍ ଏବେ ପାଖାପାଖି ୬ ଘଣ୍ଟା ୪୭ ମିନିଟ ବିଳମ୍ବରେ ଚାଲୁଥିବାର ଖବର ମିଳିଛି। ଏହାକୁ ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଟୁଇଟ ଜରିଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଥିବା ଜଣାଇଛନ୍ତି।
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ର ଲୋକସଭା ସାଂସଦ ଜୁଏଲ ଓରାମ ୧୮୪୫୨ ନଂ ତପସ୍ୱିନୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ସେ ତପସ୍ୱିନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ରାଉରକେଲା ଯାଉଛନ୍ତି। ଜୁଏଲଙ୍କ ସହ ଆରଏସଏସର କ୍ଷେତ୍ରପାଳ ସମ୍ପର୍କ ପ୍ରମୁଖ ପ୍ରସନ୍ନ କୁମାର ମିଶ୍ର ମଧ୍ୟ ସେହି ଟ୍ରେନରେ ଯାତ୍ରା କରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଷ୍ଟେସନରେ ତପସ୍ୱିନୀ ଏକ୍ସପ୍ରେସର ଇଞ୍ଜିନ ଫେଲ୍ ହେବା ଫଳରେ ସେଠାରେ ଏହାକୁ ସଜଡ଼ା ଯାଇଥିଲା। ପୁଣି ବାମୁର ଷ୍ଟେସନଠାରେ ଇଞ୍ଜିନରେ ତ୍ରୁଟି ଯୋଗୁଁ ସେଠାରେ ୩ଘଣ୍ଟାରୁ ଅଧିକ ସମୟ ଅଟକିଥିଲା। ତପସ୍ୱିନୀ ଏକ୍ସପ୍ରେସ୍ ପାଖାପାଖି ୬ ଘଣ୍ଟା ୪୭ ମିନିଟ ବିଳମ୍ବରେ ଚାଲୁଥିବାର ସୂଚନା ମିଳିଛି।