ଝାରସୁଗୁଡ଼ା,ଏନ୍ଏନ୍ଏସ୍: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣିଥରେ ଗୁରୁ ଦାୟିତ୍ୱ ମିଳିଛି। ଆଗାମୀ ଦିନରେ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପିି ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ଉତ୍ତରପ୍ରଦେଶର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଏହି ଦାୟିତ୍ୱ ମିଳିବା ପରେ ବିଜେପିର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମାର୍ଗଦର୍ଶନରେ ନିଶ୍ଚିତ ଭାବରେ ବିଜୟ ହାସଲ କରିବା ବୋଲି ଟଙ୍କଧର କହିଛନ୍ତି। ସମସ୍ତ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୂର୍ବରୁ ସେ ସଂଗଠନର ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ସଭାପତିଠାରୁ ଆରମ୍ଭ କରି ବିଭିନ୍ନ ପଦ ପଦବୀରେ ରହି ଦଳକୁ ବିଜୟ ଭେଟି ଦେଇଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନରେ ମଧ୍ୟ ପୁନର୍ବାର ବିଜେପି ସରକାର ନିଶ୍ଚିତ ହେବ ବୋଲି ଶ୍ରୀ ତ୍ରିପାଠୀ ପ୍ରକଶ କରିଛନ୍ତି।