ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟ ଆଜି ଗହମ ସମେତ ୬ଟି ରବି ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟ(ଏମଏସପି) ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି। ସରକାର ଗହମର ଏମଏସପି ୪୦ଟଙ୍କା ବଢ଼ାଇ କ୍ୱିଣ୍ଟାଲ ପ୍ରତି ୨ହଜାର ୧୫ଟଙ୍କା କରି ଦେଇଛନ୍ତି। ଏନେଇ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି।
ଆର୍ଥିକ ମାମଲାରେ ମନ୍ତ୍ରୀମଣ୍ଡଳୀୟ ସମିତି(ସିସିଇଏ) ଜଅ ଉପରେ ୩୫, ବୁଟ ୧୩୦, ମସୁର ଓ ସୋରିଷ ୪୦୦ ଲେଖାଏଁ ଓ ସୂର୍ଯ୍ୟମୁଖୀ ୧୧୪ ଟଙ୍କା ଏମଏସପି ବଢ଼ାଇବାର ନିଷ୍ପତ୍ତି ନେଇଛି। ଏମଏସପି ବଢ଼ିବା ପରେ ଏବେ ଜଅ ୧୬୩୫, ବୁଟ ୫୨୩୦, ମସୁର ୫,୫୦୦, ସୋରିଷ ୫,୦୫୦ ଓ ସୂର୍ଯ୍ୟମୁଖୀ ୫,୪୭୧ ଟଙ୍କା ପ୍ରତି କ୍ୱିଣ୍ଟାଲ ଦରରେ କିଣାଯିବ।