ତାମିଲନାଡ଼ୁ ବିଧାନସଭାରେ କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ

ନୂଆଦିଲ୍ଲୀ: ତାମିଲନାଡ଼ୁ ବିଧାନସଭାରେ ଆଜି କୃଷି ଆଇନ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି। ପ୍ରସ୍ତାବ ମୁତାବକ, ୩ କୃଷି ଆଇନକୁ ଫେରାଇ ନେବାକୁ ଦାବୀ କରାଯାଇଛି। ଇତିମଧ୍ୟରେ ବିଧାସଭାରେ କିନ୍ତୁ ଖୁବ୍ ହଙ୍ଗାମା ହୋଇଥିଲା।

ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ, ଗତ ୧ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରୁଥିବା କୃଷକଙ୍କ ନାମରେ ଦାୟର ହୋଇଥିବା ସବୁ ମାମଲାକୁ ଫେରାଇ ନିଆଯିବ।