ଜାନୁଆରୀ ୨୩ରୁ ତାମିଲନାଡ଼ୁରେ ପୂର୍ଣ୍ଣ ଲକଡାଉନ

ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଧ୍ୟାନରେ ରଖି ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ପଦକ୍ଷେପ ଉଠାଉଛନ୍ତି । ଏହି ପରିପ୍ରେକ୍ଷୀରେ ତାମିଲନାଡ଼ୁର ଏମକେ ଷ୍ଟାଲିନ ସରକାର ଜାନୁଆରୀ ୨୩ରୁ ସମଗ୍ର ରାଜ୍ୟରେ ଲକଡାଉନ ଲଗାଇବାକୁ ନେଇ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ତାମିଲନାଡ଼ୁରେ ଗତ ୨୪ ଘଣ୍ଟାରେ ୨୮ହଜାର ୫୬୧ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ଲକ୍ଷ ୪୨ହଜାର ୭୯୬ ହୋଇଥିବାବେଳେ ୩୭ହଜାର ୧୧୨ ଜଣଙ୍କର ମୃତ୍ୟୁ ଘଟିଛି ।