୩୫ଟି ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କଲେ ସରକାର

ନୂଆଦିଲ୍ଲୀ: ମୋଦୀ ସରକାର ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କରିଛନ୍ତି । ଜାନୁଆରୀ ୨୦ ତାରିଖ ଖୁଫିଆ ସୂଚନା ଆଧାରରେ ୩୫ଟି ୟୁଟ୍ୟୁବ୍ ଚ୍ୟାନେଲ, ୨ଟି ଇନଷ୍ଟାଗ୍ରାମ ୨ଟି ଟ୍ୱିଟର ଆକାଉଣ୍ଟ, ୨ଟି ୱେବସାଇଟ ଓ ଗୋଟିଏ ଫେସବୁକ୍ ଆକାଉଣ୍ଟ ବ୍ଲକ କରାଯାଇଛି । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ବିକ୍ରମ ସହାୟ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବ୍ଲକ ହୋଇଥିବା ସମସ୍ତ ଚ୍ୟାନେଲ ଓ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲା । ପାକିସ୍ତାନରୁ ପରିଚାଳିତ ହୋଇ ଭାରତ ବିରୋଧୀ ଖବର ପ୍ରସାରଣ କରୁଥିବା ସୂଚନା ମିଳିଛି ।