ସୀମା ଉତ୍ତେଜନାକୁ ନେଇ ଆଜି ଭାରତ ଓ ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା

ନୂଆଦିଲ୍ଲୀ,ଏଜେନ୍ସି: ଏଲଏସିରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଛି। ଏହାକୁ ନେଇ ଆଜି ପୁଣି ମସ୍କୋରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ଏସସିଓ ରାଷ୍ଟ୍ର ସମୂହର ବୈଦେଶିକ ବ୍ୟାପାର ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେଇଛନ୍ତି ଜୟଶଙ୍କର। ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ସେହିପରି ଗତ ୪ ଦିନ ତଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏସସିଓ ରାଷ୍ଟ୍ର ସମୂହ ବୈଠକରେ ଚୀନ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ। ସେଠାରେ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ପାଇଁ ସହମତି ପ୍ରକାଶ ପାଇଥିଲା। କିନ୍ତୁ ପରେ ପୁଣି ଚୀନର ଭାଷା ବଦଳିଯାଇଥିଲା। ଚୀନ ସେନା ସୀମାରେ ଅବାଧ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।