ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ଜଳିଗଲେ ମା’ ଓ ପୁଅ

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝରର ନନ୍ଦିପଦା ଥାନା କଳି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇବାରୁ ଜଳିଗଲେ ମା’ ଓ ପୁଅ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

କଳି ଗାଁର ଏକ ପୁରୁଣା ଅଙ୍ଗନବାଡ଼ି ଘରେ ଅସ୍ଥାୟୀ ଭାବେ ମା’ ଜଞ୍ଜାଳି ଓ ପୁଅ ବନମାଳି କିଛିଦିନ ହେବ ରହି ଆସୁଥିଲେ। ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଗତକାଲି ବିଳମ୍ବିତ ରାତ୍ରିରେ ପୁରୁଣା ଅଙ୍ଗନବାଡ଼ି ନିକଟରେ ଥିବା ଏକ ଦୋକାନରେ ଚୋରି ହୋଇଥିଲା। ଏହାକୁ ଜଞ୍ଜାଳି ଓ ବନମାଳି ଦେଖି ଦେଇଥିବା ଭୟରେ ଦୁର୍ବୃତ୍ତମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ବାହର ପଟୁ ବନ୍ଦ କରି ନିଆଁ ଲଗାଇ ଦେଇଥିବା ସନ୍ଦେହ ହେଉଛି। ଫଳରେ ମା’ ଓ ପୁଅର ମୃତ୍ୟୁ ହୋଇଛି।