ଏପ୍ରିଲ ୧ରୁ ମହଙ୍ଗା ହେବ ଇଣ୍ଟରନେଟ ଓ ଫୋନ୍ କଲ ସେବା

ନୂଆଦିଲ୍ଲୀ,ଏଜେନ୍ସି: ଟେଲିକମ୍ କମ୍ପାନୀ ପୁଣି ନିଜର ଟାରିଫ ପ୍ଲାନକୁ ବଦଳାଇବାକୁ ଯାଉଛି। ଆସନ୍ତା ଏପ୍ରିଲ ୧ରୁ ଦେଶର ସମସ୍ତ ଟେଲିକମ୍ କମ୍ପାନୀର ଇଣ୍ଟରନେଟ ଓ ଫୋନ୍ କଲ ସେବା ଦର ବୃଦ୍ଧି ହେବାକୁ ଯାଉଛି। ଆଇସିଆରଏର ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଟେଲିକମ୍ କମ୍ପାନୀ ଗୁଡ଼ିକ ନିଜର ଟାରିଫ ପ୍ଲାନରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ଏହି ବୃର୍ଦ୍ଧିତ ଟାରିଫ ପ୍ଲାନ ଆସନ୍ତା ୨ ବର୍ଷ ପାଇଁ ଶିଳ୍ପ ରାଜସ୍ୱକୁ ୧୧ରୁ ୧୩ ପ୍ରତିଶତକୁ ବୃଦ୍ଧି କରିବ। ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇନାହିଁ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଟେଲିକମ୍ କମ୍ପାନୀ ଗୁଡ଼ିକ ନିଜର ଟାରିଫ ପ୍ଲାନକୁ ୧୯୯ ଟଙ୍କାରୁ ୨୨୦ ଟଙ୍କାକୁ ବୃଦ୍ଧି କରିବ।