ଚେନ୍ନାଇ: ଆଜି ଚେନ୍ନାଇରେ ହେବାକୁ ଥିବା ଆଇପିଏଲ୍ ନିଲାମିରେ ସମସ୍ତଙ୍କ ନଜର ମହାନ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ଉପରେ ରହିବ। ଅର୍ଜୁନଙ୍କ ନାମକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି। ଅର୍ଜୁନଙ୍କ ମୂଳ ମୂଲ୍ୟ ୨୦ଲକ୍ଷ ରଖାଯାଇଛି। ନିକଟରେ କିନ୍ତୁ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଦେଖିବାକୁ ମିଳିଥିଲା। ଏଥିରୁ ଅନୁମାନ ଲଗାଯାଉଛି କି ନିଲାମି ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ତାଙ୍କ ସ୍ଥାନ ସୁରକ୍ଷିତ ହୋଇଯାଇଛି।
ସୂଚନାଯୋଗ୍ୟ, ଅର୍ଜୁନ ୨୦୨୦ ଫେବୃଆରୀ ୧୪ରେ ମୁମ୍ବାଇରେ ୭୩ତମ ପୁଲିସ ଆମନ୍ତ୍ରଣ ସିଲ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗ୍ରୁପ-ଏ ମୁକାବିଲାରେ ୩୧ ବଲରେ ଅପରାଜିତ ୭୧ ରନ୍ କରିଥିଲେ। ଏଥିସହିତ ୪୧ ରନ୍ ବ୍ୟୟରେ ୩ଟି ୱକେଟ ନେଇଥିଲେ। ଅର୍ଜୁନ ତାଙ୍କର ଏହି ଶାନଦାର ପାଳିରେ ୫ଟି ଚୌକା ଓ ୮ଟି ଛକା ମାରିଥିଲେ। ଅର୍ଜୁନ ନିକଟରେ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜରିଆରେ ମୁମ୍ବାଇର ସିନିୟର ଟିମରେ ପଦାର୍ପଣ କରିଥିଲେ।