ତାଲିବାନ ସରକାର, କାହାକୁ କେଉଁ ମନ୍ତ୍ରୀପଦ

  • କାବୁଲ: ଦୀର୍ଘଦିନର ଆଲୋଚନା ଓ ବିଚାରବିମର୍ଷ ପରେ ଶେଷରେ ଆଜି ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ପକ୍ଷରୁ ସରକାର ଗଠନ କରାଯାଇଛି। ଅବଶ୍ୟ ଏହା ଆଫଗାନର ସ୍ଥାୟୀ ସରକାର ନୁହେଁ। ବର୍ତ୍ତମାନ ସଂଗଠନ ପକ୍ଷରୁ କାମ ଚଳାଇବା ପାଇଁ ଅସ୍ଥାୟୀ ସରକାର ଗଠନ କରାଯାଇଛି।
    ଏ ସମ୍ପର୍କରେ ଖୋଦ୍ ତାଲିବାନର ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି। ଦୀର୍ଘ ୨୦ ବର୍ଷ ହେଲାଣି ତାଲିବାନ ପାଇଁ ଆମେରିକା ବିରୋଧରେ ସଂଘର୍ଷ କରୁଥିବା ସଂଗଠନର ବରିଷ୍ଠ ନେତାମାନଙ୍କୁ ମନ୍ତ୍ରୀ ପଦ ମିଳିଛି। ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ତାଲିବାନର ଅସ୍ଥାୟୀ ସରକାରର ମୁଖ୍ୟ ହୋଇଥିବାବେଳେ ତାଙ୍କର ଡେପୁଟିଭାବେ ମୁଲ୍ଲା ଅବଦୁଲ ଘନି ବରାଦର ଓ ମୌଲବୀ ହନାଫୀ କାର୍ଯ୍ୟ କରିବେ।
  • ଆମୀର ଖାନ ମୁତ୍ତାକି- ତାଲିବାନର ବୈଦେଶିକ ମନ୍ତ୍ରୀ
    ଶେର ମହମ୍ମଦ ଆବ୍ୱାସ ଷ୍ଟାନିକଜାଇ- ଉପ ବୈଦେଶିକ ମନ୍ତ୍ରୀ
    ସିରାଜୁଦ୍ଦିନ ହକ୍କାନୀ- ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରୀ
    ମୁଲ୍ଲା ୟାକୁବ- ପ୍ରତିରକ୍ଷା ମନ୍ତ୍ରୀ
    ଅବଦୁଲ ହକିମ- ନ୍ୟାୟ ମନ୍ତ୍ରୀ
    ଖୈରୁଲ୍ଲା ଖାଇରଖୱା- ସୂଚନା ମନ୍ତ୍ରୀ
    ଜବିଉଲ୍ଲା ମୁଜାହିଦ- ଡେପୁଟି ସୂଚନା ମନ୍ତ୍ରୀ
    ହେଦାୟତୁଲ୍ଲା ବଦ୍ରୀ- ଅର୍ଥମନ୍ତ୍ରୀ
    କ୍ୟୁରୀ ଦିନ ହନୀଫ- ଇକୋନୋମି ମନ୍ତ୍ରୀ
    ଶେଖ ମାୱଲାୱି ନୁରଉଲ୍ଲା- ଶିକ୍ଷା ମନ୍ତ୍ରୀ
    ନୁର ମହମ୍ମଦ ସାକିବ- ହଜ ଓ ଧାର୍ମିକ ବ୍ୟାପାର ମନ୍ତ୍ରୀ
    ନୁରୁଉଲ୍ଲା ନୋରି- ସୀମା ଓ ଆଦିବାସୀ ବ୍ୟାପର ମନ୍ତ୍ରୀ
    ମହମ୍ମଦ ୟୁନିସ ଅଖୁନ୍ଦଜାଦା- ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ
    ଅବଦୁଲ ମନନ ଓମାରୀ- ପୂର୍ତ୍ତ ବିଭାଗ
    ମହମ୍ମଦ ଇସା ଅଖୁନ୍ଦ- ଖଣି ଓ ପେଟ୍ରୋଲିୟମ ମନ୍ତ୍ରୀ