୨୫ ୱେବସାଇଟ୍ ଓ ଆକାଉଣ୍ଟ ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ 

  • ନୂଆଦିଲ୍ଲୀ: ଗୁଗଲ ଓ ଫେସବୁକର୨୫ଟି ଭିନ୍ନଭିନ୍ନ ୱେବସାଇଟ, ଆକାଉଣ୍ଟ ଓ ପେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ୱେବସାଇଟଗୁଡ଼ିକ ଜାତୀୟ ଗଣମାଧ୍ୟମ ଆଜତକର ଟ୍ରେଡ୍ ମାର୍କ ନିୟମକୁ ଉଲ୍ଲଙ୍ଘନ କରିଥିଲେ ଓ ଗ୍ରାହକମାନଙ୍କୁ ଉକ୍ତ ନକଲି ୱେବସାଇଟଗୁଡ଼ିକ ଆଜତକ ସହ ଜଡ଼ିତ ବୋଲି କହି ଭ୍ରମିତ କରୁଥିଲେ। ସେମାନେ ଆଜତକର ନାଁକୁ ମଧ୍ୟ ବ୍ୟବହାର କରିଥିଲେ।
  • ଏଥିପାଇଁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚର ବିଚାରପତି ଜଷ୍ଟିସ ସୁରେଶ କୁମାର କୈତ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୦ ସେପ୍ଟେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ୪ଟି ୱେବସାଇଟ ବିରୋଧରେ ସମାନ ନିର୍ଦ୍ଦେଶ ଦେଇଥିଲେ। ଏବେ ଆଉ ୨୫ଟି ଭିନ୍ନ ୱେବସାଇଟ୍ ଉପରେ କଟକଣା ଲାଗୁ କରାଯାଇଛି।
  • ହାଇକୋର୍ଟ ସମସ୍ତ ବ୍ଲକ ହୋଇଥିବା ୱେବସାଇଟ କର୍ତ୍ତୃପକ୍ଷ, ଗୁଗଲ, ଫେସବୁକ ଓ ଅନ୍ୟ ଡୋମେନ ଅଧିକାରୀମାନଙ୍କୁ ନୋଟିସ କରିଛନ୍ତି। ପୂରା ଘଟଣା ଉପରେ ସମସ୍ତେ ଅକ୍ଟୋବର ୩ୟ ସପ୍ତାହ ସୁଦ୍ଧା ଜବାବ ଦାଖଲ କରିବେ। କୋର୍ଟ ଗୁଗଲ ଓ ଫେସବୁକକୁ ବ୍ଲକ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ୱେବସାଇଟ/ ପେଜ୍ ମଧ୍ୟରେ ଆଜତକ ଲାଇଭ, ଆଜତକ ଇଣ୍ଡିଆ ନ୍ୟୁଜ, ଇ-ଆଜତକ ଭଳି ସଂସ୍ଥା ରହିଛି।