୧୫ କିଲୋ ଓଜନ କମାଇଲେ ଭାରତୀ

ନୂଆଦିଲ୍ଲୀ: କମେଡିୟାନ ଭାରତୀ ସିଂହ ଓଜନ ଘଟାଇ ସଭିଙ୍କୁ ଚକିତ କରି ଦେଇଛନ୍ତି। ଭାରତୀ ଖାଦ୍ୟପେୟରେ ଧ୍ୟାନ ରଖି ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ଭାରତୀ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ମୁଁ ମୋ ଓଜନକୁ ୯୧ କେଜିରୁ ୭୬ କିଲୋ କରିନେଇଛି। ଓଜନ କମାଇଥିବାକୁ ନେଇ ମୁଁ ମଧ୍ୟ ଚକିତ ଅଛି। ହେଲେ ନିଜଫିଟନେସକୁ ନେଇ ଖୁବ୍ ଖୁସି ଅଛି। ଏବେ ଆଉ ଶ୍ୱାସକ୍ରିୟାଜନିତ ସମସ୍ୟା ଦେଖାଦେଉନି ଓ ମୋତେ ହାଲୁକା ଅନୁଭବ ହେଉଛି। ମଧୁମେହ ମଧ୍ୟ ନିୟନ୍ତ୍ରଣରେ ରହିଛି।

ଭାରତୀ ଆହୁରି କହିଛନ୍ତି ଯେ, ମୁଁ ସନ୍ଧ୍ୟା ୭ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ କିଛି ଖାଇନଥାଏ। ୩୦ରୁ ୩୨ ବର୍ଷ ହେବ ମୁଁ ଖୁବ୍ ଖାଇଛି। ଏବେ ନିଜ ଶରୀର ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।