ଲାଞ୍ଚ ନେବା ମହଙ୍ଗା ପଡ଼ିଲା, ସହକାରୀ ବାଣିଜ୍ୟ କର ଅଧିକାରୀ ନିଲମ୍ବିତ

ନୟାଗଡ଼,ଏନ୍ଏନ୍ଏସ୍: କିଛି ଦିନ ତଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲାକୁ ଜିଏସ୍ଟି କାଗଜପତ୍ର ତଦନ୍ତ ପାଇଁ ଯାଇଥିବା ସହକାରୀ ବାଣିଜ୍ୟ କର ଅଧିକାରୀ ପ୍ରମୋଦ କୁମାର ମିଶ୍ର ବ୍ୟବସାୟୀଙ୍କୁ ଲାଞ୍ଚ ମାଗିଥିଲେ। ଏହାର ଅଡିଓ ଓ ଭିଡିଓ ଭାଇରଲ ହେବା ପରେ ଶ୍ରୀଯୁକ୍ତ ମିଶ୍ର ଘଟଣାକୁ ସ୍ୱିକାର କରିବା ସହ ବ୍ୟବସାୟୀଙ୍କୁ ଟଙ୍କା ଫେରାଇଦେଇଥିଲେ।

ଗଣମାଧ୍ୟମରେ ଖବରପ୍ରକାଶ ହେବା ପରେ ବାଣିଜ୍ୟ କର ଡେପୁଟି କମିଶନର ଅନନ୍ତ କୁମାର ମାଝୀ ଘଟଣାର ତଦନ୍ତ କରି ବିଭାଗକୁ ରିପୋର୍ଟ ଦେଇଥିଲେ । ବୁଧବାର ତଦନ୍ତ ରିପୋର୍ଟକୁ ଆଧାର କରି ସହକାରୀ ବାଣିଜ୍ୟକର ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।