ନୟାଗଡ଼, ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଏବଂ ନିରାମୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଆଖି ଫୁଟିଯିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଲେ ଅଭିଭାବକ। ଅଭିଯୋଗ ଅନୁସାରେ ଦଶପଲ୍ଲା ବ୍ଲକ୍ ନଛିପୁର ଗାଁ’ର ଚନ୍ଦ୍ରକାନ୍ତ ଗୋଛାୟତ ନାମକ ବ୍ୟକ୍ତିଙ୍କ ୬ବର୍ଷର ଶିଶୁ କନ୍ୟା ରିଙ୍କି ଗୋଛାୟତ ଗତ ସେପ୍ଟେମ୍ବର ୨୮ତାରିଖ ରାତିରେ ହେଡ କ୍ଲିପ୍ ଲଗାଇଥିବା ବେଳେ ତାଙ୍କ ବାମ ଆଖିରେ ଏହା ବାଜି ଯାଇଥିଲା। ଫଳରେ ଆଖିଟି ସମ୍ପୂର୍ଣ୍ଣ ଲାଲ ହୋଇଯାଇଥିଲା।
ପରଦିନ ଚନ୍ଦ୍ରକାନ୍ତ ଝିଅ ରିଙ୍କିକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର ସେଠାରେ ଚକ୍ଷୁ ଡାକ୍ତର ନଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଚକ୍ଷୁ ଡାକ୍ତରଙ୍କୁ ଦେଖାଇବାରୁ ସେ ଏକ ପ୍ରେସକ୍ରିପସନ ଦେବା ସହ ଭୁବନେଶ୍ୱରରେ ଦେଖାଇବାକୁ କହିଥିଲେ। ଫଳରେ ଚନ୍ଦ୍ରକାନ୍ତ ମେଡ଼ିସିନ ଷ୍ଟୋରରୁ ପ୍ରେସକ୍ରିପ୍ସନ ଦେଖାଇ ତାଙ୍କୁ ସାଇରନ ନାମକ ଡ୍ରପ ଦେଇଥିଲେ। ତେବେ ସେ ଏହି ଡ୍ରପଟିକୁ ପ୍ରେସକ୍ରିପ୍ସନ କରିଥିବା ଚକ୍ଷୁ ଡାକ୍ତରଙ୍କୁ ଦେଖାଇବାରୁ ଦିନକୁ ୨ଥର ୪-୫ ଡ୍ରପ୍ ଲେଖାଏଁ ଆଖିରେ ପକାଇବାକୁ ପରାମର୍ଶ ଦେଇଥିଲେ।
