ଟ୍ରେନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଟିଟିଆଇଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ

କୋଲକାତା: କୋଲକାତାରୁ ଅମୃତସର ଯାଉଥିବା ଅକାଳ ତକ୍ଷତ ଏକ୍ସପ୍ରେସରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଟିଟିଆଇଙ୍କ ବିରୋଧରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସମ୍ପୃକ୍ତ ଟିଟିଆଇକୁ ଚାକିରିରୁ ବହିଷ୍କୃତ କରାଯାଇଥିବା ନେଇ ସୂଚନା ମିଳିଛି । ଟିଟିଆଇ ମୁନ୍ନା କୁମାରଙ୍କୁ ରାଜକୀୟ ରେଲୱେ ପୁଲିସ(ଜିଆରପି) ଟ୍ରେନ ନମ୍ବର ୧୨୩୧୭ରୁ ଗିରଫ କରିଛି ।

ସୂଚନାଯୋଗ୍ୟ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ବିହାରର କିଉଲରୁ ଅମୃତସର ଯାଉଥିଲେ । ଆଉ ରାତି ପ୍ରାୟ ୧୨ଟା ୩୦ରେ ଟିଟିଆଇ ମୁନ୍ନା କୁମାର ମହିଳାଙ୍କ ମୁଣ୍ଡ ଉପରେ ପରିସ୍ରା କରିଥିଲେ । ସେହି ସମୟରେ ମୁନ୍ନା କୁମାର ନିଶାସକ୍ତ ଥିବା ନେଇ ଅଭିଯୋଗ ହୋଇଛି ।