ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଫିରିଙ୍ଗିଆରେ ଆଶାକର୍ମୀଙ୍କ ୫ ଦିନିଆ ପ୍ରଶିକ୍ଷଣ ଶିବିର

ଫିରିଙ୍ଗିଆ,ଏନ୍‌ଏନ୍‌ଏସ୍‌: ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶାକର୍ମୀଙ୍କୁ ନେଇ ୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଫିରିଙ୍ଗିଆ ବ୍ଲକର ୫୬ଜଣ ଆଶାକର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ବିଭିନ୍ନ ସମୟରେ ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟ କରିବାକୁ ନେଇ ରହିଥିବା ଅନୁଦାନ ପ୍ୟାକେଜ୍ ଓ କିଭଳି ଭାବରେ କାର୍ଯ୍ୟ କରିପାରିବେ ସେନେଇ ତାଲିମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ତାଲିମଦାତା ଭାବେ ଡା. ସୁମନ୍ତ ମାଝୀ ଯୋଗଦେଇ ଆଶାକର୍ମୀଙ୍କୁ ତାଲିମ ପ୍ରଦାନ କରିଛନ୍ତି । ଏଥିସହିତ ବିପିଓ ଅଜୟ କୁମାର ସାହୁ ସମସ୍ତ କାର୍ଯ୍ୟ ପରିଚାଳନା କରିଛନ୍ତି ।