Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଟି-୨୦ ବିଶ୍ବକପ୍‌ ୨୦୨୨: ଆରମ୍ଭରୁ ବିପର୍ଯ୍ୟୟ, ଶ୍ରୀଲଙ୍କାକୁ ହରାଇଲା ନାମିବ୍ୟା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଟି-୨୦ ବିଶ୍ବକପ୍‌ ୨୦୨୨: ଆରମ୍ଭରୁ ବିପର୍ଯ୍ୟୟ, ଶ୍ରୀଲଙ୍କାକୁ ହରାଇଲା ନାମିବ୍ୟା

ନୂଆଦିଲ୍ଲୀ,ଏଜେନ୍ସି: କ୍ରିକେଟର ତିନୋଟି ଫର୍ମାଟ ମଧ୍ୟରୁ ଲୋକପ୍ରିୟତା ହାସଲ କରିଥିବା ଟି-୨୦ ବିଶ୍ବକପ ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ମ୍ୟାଚରେ ଶ୍ରୀଲଙ୍କା ଓ ନାମିବ୍ୟା ପରସ୍ପରକୁ ଭେଟିଥିଲେ । ବିଜୟରୁ ଅଭିଯାନ ଆରମ୍ଭ କରିଛି ନାମିବ୍ୟା । ଏସିଆ କପ ବିଜୟୀ ଦଳ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୧୬୪ ରନ ଟାର୍ଗେଟ ଦେଇଥିଲା । ଶ୍ରୀଲଙ୍କା ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ମୁକାବିଲାରେ ବିଜୟ ହାସଲ କରିଛି ନାମିବ୍ୟା । ଦ୍ବିତୀୟ ମୁକାବିଲାରେ ୟୁଏଇ ନେଦରଲାଣ୍ଡ ପରସ୍ପରକୁ ଭେଟିବେ ।

କ୍ବାଲିଫାୟର ରାଉଣ୍ଡର ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ନାମିବ୍ୟା ୭ ୱିକେଟ ହରାଇ ୧୬୩ ରନ କରିଥିଲା । ଦଳ ପକ୍ଷରୁ ଫ୍ରାଲିଙ୍କ ୪୪ ଓ ସ୍ମିଥ ଅପରାଜିତ ୩୧ ରନ କରିଥିଲେ । ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା । ୧୫ ଓଭର ସୁଦ୍ଧା ୯ ୱିକେଟ ହରାଇ ୯୨ ରନ କରିଥିଲା । ଏସିଆ କପ ୨୦୨୨ ବିଜେତା ଦଳ ୧୦୮ ରନରେ ଅଲଆଉଟ ହୋଇଥିଲା ।

ଆରମ୍ଭରୁ ହିଁ ବ୍ୟାଟିଂ ବପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ୪ ଓଭରରେ ଦଳ ୨୧ ରନ କରି ୩ଟି ୱିକେଟ ହରାଇଥିଲା । ଏହା ପରେ କମବ୍ୟାକ କରି ପାରିନଥିଲା ଶ୍ରୀଲଙ୍କା । ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ଦଳ ପକ୍ଷରୁ ଦସୁନ ସନାକା ସର୍ବାଧିକ ୨୯ ରନର ଇନିଂସ ଖେଳିଥିଲେ । ନାମିବ୍ୟା ଦେଇଥିବା ଟାର୍ଗେଟକୁ ହାସଲ କରିବା ଦଳ ପାଇଁ ସହଜ ନଥିଲା । ୫୫ ରନରେ ଶ୍ରୀଲଙ୍କାକୁ ମାତ ଦେଇଛି ନାମିବ୍ୟା ।

ନାମିବ୍ୟା ପକ୍ଷରୁ ଡେଭିଡ ବିଜ, ବରନାଡ ବେନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ନାମିବ୍ୟା ମଧ୍ୟ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ୩୫ ରନରେ ଦଳ ୩ଟି ୱିକେଟ ହରାଇଥିଲା । ମଧ୍ୟ ଭାଗରେ ଭଲ ସହଭାଗୀତା ପାଇଁ ଦଳ ୧୬୩ ରନ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ମଧୁସନ ୨ ୱିକେଟ ଓ ଅନ୍ୟ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।