ଟି-୨୦ ବିଶ୍ବକପ୍‌ ୨୦୨୨: ଆରମ୍ଭରୁ ବିପର୍ଯ୍ୟୟ, ଶ୍ରୀଲଙ୍କାକୁ ହରାଇଲା ନାମିବ୍ୟା

ନୂଆଦିଲ୍ଲୀ,ଏଜେନ୍ସି: କ୍ରିକେଟର ତିନୋଟି ଫର୍ମାଟ ମଧ୍ୟରୁ ଲୋକପ୍ରିୟତା ହାସଲ କରିଥିବା ଟି-୨୦ ବିଶ୍ବକପ ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ମ୍ୟାଚରେ ଶ୍ରୀଲଙ୍କା ଓ ନାମିବ୍ୟା ପରସ୍ପରକୁ ଭେଟିଥିଲେ । ବିଜୟରୁ ଅଭିଯାନ ଆରମ୍ଭ କରିଛି ନାମିବ୍ୟା । ଏସିଆ କପ ବିଜୟୀ ଦଳ ଶ୍ରୀଲଙ୍କାକୁ ୫୫ ରନରେ ପରାସ୍ତ କରିଛି ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କାକୁ ୧୬୪ ରନ ଟାର୍ଗେଟ ଦେଇଥିଲା । ଶ୍ରୀଲଙ୍କା ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ପ୍ରଥମ ମୁକାବିଲାରେ ବିଜୟ ହାସଲ କରିଛି ନାମିବ୍ୟା । ଦ୍ବିତୀୟ ମୁକାବିଲାରେ ୟୁଏଇ ନେଦରଲାଣ୍ଡ ପରସ୍ପରକୁ ଭେଟିବେ ।

କ୍ବାଲିଫାୟର ରାଉଣ୍ଡର ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନାମିବ୍ୟା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ନାମିବ୍ୟା ୭ ୱିକେଟ ହରାଇ ୧୬୩ ରନ କରିଥିଲା । ଦଳ ପକ୍ଷରୁ ଫ୍ରାଲିଙ୍କ ୪୪ ଓ ସ୍ମିଥ ଅପରାଜିତ ୩୧ ରନ କରିଥିଲେ । ବିଜୟ ଲକ୍ଷ୍ୟ ନେଇ ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରିଥିଲା । ୧୫ ଓଭର ସୁଦ୍ଧା ୯ ୱିକେଟ ହରାଇ ୯୨ ରନ କରିଥିଲା । ଏସିଆ କପ ୨୦୨୨ ବିଜେତା ଦଳ ୧୦୮ ରନରେ ଅଲଆଉଟ ହୋଇଥିଲା ।

ଆରମ୍ଭରୁ ହିଁ ବ୍ୟାଟିଂ ବପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ୪ ଓଭରରେ ଦଳ ୨୧ ରନ କରି ୩ଟି ୱିକେଟ ହରାଇଥିଲା । ଏହା ପରେ କମବ୍ୟାକ କରି ପାରିନଥିଲା ଶ୍ରୀଲଙ୍କା । ଦଳର ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ଦଳ ପକ୍ଷରୁ ଦସୁନ ସନାକା ସର୍ବାଧିକ ୨୯ ରନର ଇନିଂସ ଖେଳିଥିଲେ । ନାମିବ୍ୟା ଦେଇଥିବା ଟାର୍ଗେଟକୁ ହାସଲ କରିବା ଦଳ ପାଇଁ ସହଜ ନଥିଲା । ୫୫ ରନରେ ଶ୍ରୀଲଙ୍କାକୁ ମାତ ଦେଇଛି ନାମିବ୍ୟା ।

ନାମିବ୍ୟା ପକ୍ଷରୁ ଡେଭିଡ ବିଜ, ବରନାଡ ବେନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ନାମିବ୍ୟା ମଧ୍ୟ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ୩୫ ରନରେ ଦଳ ୩ଟି ୱିକେଟ ହରାଇଥିଲା । ମଧ୍ୟ ଭାଗରେ ଭଲ ସହଭାଗୀତା ପାଇଁ ଦଳ ୧୬୩ ରନ କରିବାରେ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ପକ୍ଷରୁ ମଧୁସନ ୨ ୱିକେଟ ଓ ଅନ୍ୟ ବୋଲର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।