ଟି-୨୦ ୱାର୍ଲ୍ଡକପ୍ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦୨୨ ଟି-୨୦ ୱାର୍ଲ୍ଡ କପ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଦଳରେ ରୋହିତ ଶର୍ମା ଅଧିନାୟକ ଏବଂ କେଏଲ ରାହୁଲ ଉପଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଅନ୍ୟପଟେ ଦ୍ରୁତ ବୋଲର ଜସପ୍ରୀତ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତିି ।

ଟି-୨୦ ୱାର୍ଲ୍ଡ କପରେ ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲୀ, ସୂର‌୍ୟ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱିନ୍‌, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଓ ଅର୍ଶଦୀପ ସିଂହଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ ମହମ୍ମଦ ସାମି, ଶ୍ରେୟସ ଅୟର, ରବି ବିସ୍ନୋଇ ଓ ଦୀପକ ଚହରଙ୍କୁ ଷ୍ଟେଣ୍ଡବାୟରେ ରଖାଯାଇଛି ।