ସଇଁନ୍ତଲା ଡାକ୍ତରଖାନାରେ ଭୋଜନାଳୟ ଉଦଘାଟନ କଲେ ଜିଲ୍ଲାପାଳ

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ଡାକ୍ତରଖାନା ପରିସରରେ ମିଶନ ଶକ୍ତି ପରିଚାଳନାରେ ନିର୍ମାଣ ହୋଇଥିବା ଭୋଜନାଳୟକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରଛନ୍ତି । ଏଥିରେ ମିଶନ ଶକ୍ତିର ମହିଳାମାନେ ସାମିଲ ହେବାଦ୍ୱାରା ସ୍ୱାବଲମ୍ବୀ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଇଁନ୍ତଲା ବିଡ଼ିଓ ଚନ୍ଦ୍ରମଣୀ ନାଗ, ସିଡିପିଓ ସବିତା ଦାଶ, ସ୍ଥାନୀୟ ଡାକ୍ତରଖାନାର ଅଧିକାରୀ ସମରେନ୍ଦ୍ର ମହାପାତ୍ର, ତହସିଲଦାର ସୁରେନ୍ଦ୍ର ମେହେର ଓ ପିଏଚଓ ମିନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।