ଆଜିଠୁ ଭାରତର ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ: ଆରମ୍ଭରୁ ପାକିସ୍ତାନ ସହ ହାଇଭୋଲଟେଜ ମୁକାବିଲା

ଦୁବାଇ,ଏଜେନ୍ସି: ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ପାଖେଇ ଆସିଛି। ଭାରତୀୟ ସମୟ ଅନୁସାରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଭାରତ ଟି-୨୦ ବିଶ୍ୱକପର ଅନ୍ୟତମ ହାଇଭୋଲଟେଜ୍‌ ମୁକାବିଲାରେ ପାକିସ୍ତାନକୁ ଭେଟିବ। ଏଥି ସହିତ ବିରାଟ ବାହିନୀର ମିଶନ ଟି-୨୦ ବିଶ୍ୱକପ୍‌ ଆରମ୍ଭ ହୋଇଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ ପାଇଁ ଭାରତୀୟ ଟିମ ନିଜର ପ୍ରସ୍ତୁତି ପୂରା କରିଛି। ୱାର୍ମ-ଅପ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତର ସମସ୍ତ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ଟିମ ବାବର ଆଜମଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ। ସେହିପରି ପାକିସ୍ତାନ ୨ଟି ୱାର୍ମ-ଅପ ମ୍ୟାଚରୁ ଗୋଟିଏ ଜିତିଛି। ଦକ୍ଷିଣ ଆଫ୍ରିକାର ଟିମ ପାକିସ୍ତାନକୁ ପରାସ୍ତ କରିଥିବା ବେଳେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା।

ଭାରତୀୟ ଟିମ: ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ୟ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ/ବରୁଣ ଚକ୍ରବର୍ତ୍ତୀ/ରାହୁଲ ଚହର, ଭୁବନେଶ୍ବର କୁମାର/ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମୀ, ଯଶପ୍ରୀତ ବୁମ୍‌ରା

ପାକିସ୍ତାନ ଟିମ୍‌: ବାବର ଆଜମ (ଅଧିନାୟକ), ମହମ୍ମଦ ରିଜୱାନ (ଉପଅଧିନାୟକ), ଫକର ଜମନ, ମହମ୍ମଦ ହାଫିଜ, ସୋଏବ ମଲ୍ଲିକ, ଆସିଫ ଅଲୀ, ଇମଦ ୱାସିମ, ସଦାବ ଖାନ୍‌, ହାସନ ଅଲ୍ଲୀ, ହାରି୍‌ସ ରୌଫ, ସାହିନ ସାହ ଆଫ୍ରିଦି