ସହଜ ହେଲା ଶ୍ରୀନଗର-ଶାରଜାହ ଯାତ୍ରା, ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ

ଶ୍ରୀନଗର,ଏଜେନ୍ସି: ସହଜ ହେଲା ଶ୍ରୀନଗରରୁ ୟୁଏଇ ବୁଲିବା। ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା ଶ୍ରୀନଗରରୁ ୟୁଏଇର ଶାରଜାହକୁ ଆରମ୍ଭ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଶୈଖ-ଉଲ୍-ଆଲାମ୍ ଇଣ୍ଟରନ୍ୟାସନାଲରୁ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି। ଏହି ଅନ୍ତର୍ଜାତୀୟ ବିମାନ ସେବା ଦ୍ୱାରା ଭାରତ ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ଶ୍ରୀନଗର ମେୟର ଜୁନାଦ ଆଜିମ ମତ୍ତୁ କହିଛନ୍ତି। ମତ୍ତୁ କହିଛନ୍ତି ଯେ, ‘ଏହା ଏକ ବଡ ମାଇଲଖୁଣ୍ଟ। ଏହା ଦୁଇଟି ଅଞ୍ଚଳକୁ ସଂଯୋଗ କରୁଥିବା ପ୍ରଥମ ଅନ୍ତର୍ଜାତୀୟ ବିମାନ ସେବା, ଯାହା ୨ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ, ସାମାଜିକ ଏବଂ ଆଶା କରୁଛି ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ସହାୟକ ହେବ। ଏହା ମଧ୍ୟ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଦିଗରେ ଲାଭପ୍ରଦ ହେବ। ମଧ୍ୟ ପୂର୍ବ ଅଞ୍ଚଳବାସୀ ସହଜରେ ଗମନାଗମନ କରିପାରିବେ।’

ଜମୁ କଶ୍ମୀର ବାସୀଙ୍କ କଲ୍ୟାଣ ଦିଗରେ ସରକାର ଏକ ଭଲ ପଦକ୍ଷେପ ନେଉଛନ୍ତି। ଏହି ନିଷ୍ପତ୍ତିରେ ଯୁବକମାନେ ମଧ୍ୟ ବହୁତ ଖୁସିଥିବା ଜୁନାଦ ଆଜିମ କହିଛନ୍ତି। ସନ୍ଧ୍ୟା ୬ଟା ୩୦ରୁ ଶ୍ରୀନଗରରୁ ବିମାନ ଉଡାଣ ଆରମ୍ଭ କରି ରାତି ୯ଟା ୩୦ରେ ପହଞ୍ଚିବ। ଯାତ୍ରୀଙ୍କ ପାଇଁ କୋଭିଡ୍ ଗାଇଡଲାଇନ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ରଖାଯାଇଛି।