ଟି-୨୦ ବିଶ୍ୱକପ୍‌: ଟିମ୍‌ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟରୁ ବାହାରିଲା, ସେମିଫାଇନାଲ ଖେଳିବେ ଏହି ୪ ଟିମ୍‌

ଦୁବାଇ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ପୁରୁଷ ଟି-୨୦ ବିଶ୍ୱକପ୍‌ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସେମିଫାଇନାଲ ପାଇଁ ୪ଟି ଟିମ୍‌ ଉତ୍ତୀର୍ଣ୍ଣ ହୋଇଛନ୍ତି। ଭାରତ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବାହାରି ସାରିଥିବା ବେଳେ ଆଜି ନାମିବ୍ୟା ସହିତ ଔପଚାରିକ ଭାବେ ମ୍ୟାଚ ଖେଳିବ। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ରବିବାର ବିଜୟୀ ହେବା ପରେ ଭାରତର ଯାତ୍ରା ଶେଷ ହୋଇଛି।

ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପହଞ୍ଚିଥିବା ଟିମ୍‌ ଗୁଡ଼ିକ ହେଲେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ। ନଭେମ୍ବର ୧୦ ଓ ୧୧ରେ ସେମିଫାଇନାଲ ମ୍ୟାଚ ଖେଳାଯିବ। ଶେଷରେ ନଭେମ୍ବର ୧୪ରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆବୁଧାବୀରେ ନଭେମ୍ବର ୧୦ ତାରିଖରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ଭେଟିବ। ସେହିପରି ୧୧ ତାରିଖରେ ଦୁବାଇରେ ପାକିସ୍ତାନ ସହିତ ଅଷ୍ଟ୍ରେଲିଆର ମୁକାବିଲା ହେବ।