ସହାୟତା ଅର୍ଥ ପ୍ରଦାନରେ ବିଳମ୍ବ ଅଭିଯୋଗରେ ରେଞ୍ଜର ନିଲମ୍ବିତ

ଦୁଧିଆଳ,ଏନ୍ଏନ୍ଏସ୍: କାର୍ଯ୍ୟରେ ଅବହେଳା ଅଭିଯୋଗରେ ରେଞ୍ଜର ନିଲମ୍ବିତ ହୋଇଛନ୍ତି। ଦୁଧିଆଳ ରେଞ୍ଜର ଅଧିକାରୀ ସରୋଜ ପଣ୍ଡା ନିଲମ୍ବିତ ହୋଇଛନ୍ତି। ହାତୀ ଜନିତ କ୍ଷୟକ୍ଷତି ସହାୟତା ଅର୍ଥ ପ୍ରଦାନରେ ବିଳମ୍ବ ଅଭିଯୋଗ କାରଣରୁ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ଡ଼ିଏଫଓ ସୁଚନା ଦେଇଛନ୍ତି।

ହାତୀ ଜନିତ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗରେ କାଲି ମଧ୍ୟ ଡ଼ାଟା ଏଣ୍ଟ୍ରି ଅପରେଟର ଗିରଫ ହୋଇଥିଲେ। ସୂଚନା ଅନୁସାରେ ଜଙ୍ଗଲ ଛାଡ଼ି ହାତୀ ଗାଁରେ ପଶି ବ୍ୟାପକ କ୍ଷୟ କ୍ଷତି କରିବା କାରଣରୁ ଏକାଧିକ ଗ୍ରାମବାସୀ ମାନଙ୍କ ସମ୍ପତ୍ତି ନଷ୍ଟ ହୋଇଥିଲା। ଏପରିକି ସହାୟତା ରାଶି ଦେବାକୁ ଗ୍ରାମବାସୀ ମାନେ ରାସ୍ତା ରୋକ୍ କରିଥିଲେ କିନ୍ତୁ ଏହି ସହାୟତା ରାଶି ଦେବାରେ ବିଳମ୍ବ କରିବାରୁ ସ୍ଥାନୀୟ ରେଞ୍ଜରଙ୍କୁ ନିଲମ୍ବିତ କରାଯାଇଛି।