ରୋଗୀଙ୍କୁ ଇଞ୍ଜେକସନ ଦେଇ ସୁଇପର ନିଲମ୍ବିତ

ଢେଙ୍କାନାଳ,ଏନ୍ଏନ୍ଏସ୍:ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା ୱାର୍ଡରେ ଜଣେ ରୋଗୀଙ୍କୁ ଜଣେ ସୁଇପର ଇଞ୍ଜେକସନ ଦେବା ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିରଞ୍ଜନ ମିଶ୍ର ଉକ୍ତ ସୁଇପରଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି। ଏହି ଘଟଣା ଗତକାଲି ଦିନ ତମାମ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଏହାର ଖୋଳତାଡ କରିବା ସହ ଘଟଣାର ଅନୁସନ୍ଧାନ ଜାରି ରଖିଥିଲେ। ନଭେମ୍ବର ୧୮ରୁ ୨୬ ତାରିଖ ମଧ୍ୟରେ ଏହି ଘଟଣା ଘଟିଥିଷଲ ମଧ୍ୟ ଏ ବାବଦରେ ରୋଗୀ କି ତାଙ୍କ ସମ୍ପର୍କୀୟ କୌଣସି ଅଭିଯୋଗ କରି ନ ଥିଲେ। ହେଲେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ତାହା ଲୋକଲୋଚନକୁ ଆସିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଦକାରୀ ଘଟଣାର ଗୁରୁତ୍ୱକୁ ଉପଲବଧି କରି ସମ୍ପୃକ୍ତା ସୁଇପରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏପରିକି ସେଦିନ ରାତି ଡ୍ୟୁଟୀରେ ଥିବା ନର୍ସଙ୍କୁ ମଧ୍ୟ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି।