ସୋସିଆଲ ମିଡିଆରେ ସହାୟତାର ହାତ ବଢ଼ାଉଥିବା ଲୋକଙ୍କୁ ବିଶ୍ୱାସ ନକରିବାକୁ ସିପିଙ୍କ ପରାମର୍ଶ ମହାନଗରରାଜ୍ୟ By Nitidin Last updated Dec 5, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ସୋସିଆଲ ମିଡିଆରେ ସହାୟତାର ହାତ ବଢ଼ାଉଥିବା ଲୋକଙ୍କୁ ସାବଧାନ ରହିବା ପାଇଁ ଭୁବନେଶ୍ୱର ସିପି ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଫେସବୁକରେ ମହିଳାମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅନେକ ବ୍ୟକ୍ତି ନିଜ ଫେସବୁକରେ ପୋଷ୍ଟ କରିଛନ୍ତି। ଏପରିକି ବିଭିନ୍ନ ବ୍ୟକ୍ତି ନିଜର ନାମ, ଫୋନ ନମ୍ବର ଓ ତାଙ୍କର ଠିକଣା ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ମହିଳା ଅସୁରକ୍ଷିତ ହେଲେ ସେମାନଙ୍କୁ ଯୋଗାଯୋଗ କରିବା ପାଇଁ ଫେସବୁକରେ ପ୍ରବର୍ତ୍ତାଉଛନ୍ତି। ତେବେ କୌଣସି ମହିଳା କିମ୍ବା ବ୍ୟକ୍ତିବିଶେଷ ଏସବୁକୁ ବିଶ୍ୱାସ ନକରିବା ପାଇଁ ସିପି ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଯଦି କୌଣସି ମହିଳା ଯେକୌଣସି ସ୍ଥିତିରେ ଅସୁରକ୍ଷିତ ମନେ କରନ୍ତି ତେବେ ସେ ତୁରନ୍ତ ୧୦୦କୁ ଡାଏଲ କରି ପୁଲିସ ସହାୟତା ନେବେ। ପ୍ରକାଶଥାଉକି, ତେଲେଙ୍ଗାନା, ପୁରୀ ଓ ଖଣ୍ଡଗିରୀରେ ଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଏନେଇ ସୋସିଆଲ ମିଡିଆରେ ଅନେକ ବ୍ୟକ୍ତି ସହାୟତା ଜନିତ ପୋଷ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି। ଏସବୁକୁ ବିଶ୍ୱାସ ନକରି କେବଳ ପୁଲିସ ସହିତ ଯୋଗାଯୋଗ କରିବା ପାଇଁ ଭୁବନେଶ୍ୱର ଡିସିପି ଅନୁପ ସାହୁ ମଧ୍ୟ ଅନୁରୋଧ କରିଛନ୍ତି। Share