ବେଙ୍ଗାଲୁରୁ,ଏଜେନ୍ସି: ବେଙ୍ଗାଲୁରୁରେ ପାଳିତ ହୋଇଯାଇଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଦିନ ଅବସରରେ ସ୍ୱାଭିମାନ ଦିବସ। ସାହିତ୍ୟିକ ତାପସ ରାଜ ମହାରଣଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପ୍ରାକ୍ତନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଗନ୍ନାଥ ପ୍ରସାଦ ଉଦଗାତା, ଚିର ସନ୍ଧାନର ସମ୍ପାଦକ ଡ଼ ପାର୍ଥ ସାରଥୀ ଅଜୟ ବାରିକ, ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଏ ନ ଆର ବି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପ୍ରଥମେ ମଧୁବାବୁଙ୍କର ଫଟୋରେ ପୁଷ୍ପମାଲ୍ୟ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ କୁନି ପ୍ରତିଭା ଶୃତିକାବ୍ୟ ମହାରଣା ଏବଂ ଦେବଂଶ ମହାପାତ୍ର, ଶ୍ରୀଶା ପ୍ରଧାନଙ୍କ ଦ୍ୱରା ମଧୁ ବାବୁଙ୍କ ସମ୍ପର୍କରେ ଛୋଟ କବିତା ପଠନ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସାହିତ୍ୟକା ଅନୁରୂପା ସିଂ ଙ୍କ ଦ୍ଵାରା ରଚିତ ପୁସ୍ତକ ‘୨୦ଅଦ୍ବିତୀୟ ଅନୁଭବ’ର ଉନ୍ମୋଚିତ ହୋଇଥିଲା।
କବି ଯୋଗେଶ ହୋତା, ଲମ୍ବୋଦର ବେହେରା, ସମାଜସେବୀ ଶାନ୍ତନୁ ପ୍ରଧାନ, ସମାଜସେବୀ ଜୟ ଚନ୍ଦ୍ର ମୁନି, ସୁନୀଲ କୁମାର ମଲ୍ଲିକ, ଶାଶ୍ୱତ ବରାଳ, ଅରୁଣ ରାଉତରାୟ, ସୂର୍ଯ୍ୟ ପ୍ରକାଶ ମହାପାତ୍ର, ଡ ପ୍ରତାପ ପାଣି ପ୍ରମୁଖ ଯୋଗଦେଇ ମଧୁ ବାବୁଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।